ଡ଼ିଜେଲ/ପେଟ୍ରୋଲ ଚାଳିତ ପମ୍ପସେଟ୍
କାର୍ଯ୍ୟ-
ପୋଖରୀ, ନଦୀ, ନାଳ ଇତ୍ୟାଦିରୁ ପାଣି ଉଠାଇ ଜଳସେଚନ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।
କ୍ଷମତା-
ଘଣ୍ଟାପ୍ରତି- 1000 ରୁ 10000 ଲିଟର
ବ୍ୟବହାରିକ ଉପକାରିତା –
ଏହି ଯନ୍ତ୍ରର ବ୍ୟବହାର ଦ୍ୱାରା ନିମ୍ନ …. ରେ ଥିବା ଭିତ୍ତିକୁ ସହଜରେ ଉଠାଇ ଜମିକୁ ଜଳସେଚିତ କରାଯାଇଥାଏ ।
ମୂଲ୍ୟ-
1 ରୁ 2 ଅଶ୍ୱ କ୍ଷମତା ବିଶିଷ୍ଟ ଟ.15,000 ରୁ ଟ.20,000
2 ରୁ 3 ଅଶ୍ୱ କ୍ଷମତା ବିଷିଷ୍ଟ ଟ.20,000 ରୁ ଟ.30,000
3 ରୁ 4 ଅଶ୍ୱ କ୍ଷମତା ବିଷିଷ୍ଟ ଟ.30,000 ରୁ ଟ.35,000
4 ରୁ 5 ଅଶ୍ୱ କ୍ଷମତା ବିଷିଷ୍ଟ ଟ.35,000 ରୁ ଟ.45,000
ରିହାତି-
ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.10,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.8,000)
ସୌରଶକ୍ତି ଚାଳିତ ପମ୍ପ
କାର୍ଯ୍ୟ-
ସୌରଶକ୍ତି ସାହାଯ୍ୟରେ ଏହା ପୋଖରୀ, ନଦୀ, ନାଳ ଇତ୍ୟାଦିରୁ ପାଣି ଉଠାଇ ଜଳସେଚନ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।
କ୍ଷମତା-
ଘଣ୍ଟାପ୍ରତି 1,000 ରୁ 10,000 ଲିଟର
ବ୍ୟବହାରିକ ଉପକାରିତା –
ଏହି ଯନ୍ତ୍ରର ବ୍ୟବହାର ଦ୍ୱାରା ନିମ୍ନ ପତ୍ତନରେ ଥିବା ଜଳକୁ ସହଜରେ ଉଠାଇ ଜମିକୁ ଜଳସେଚିତ କରାଯାଇଥାଏ । ଏହି ଯନ୍ତ୍ର ବ୍ୟବହାର ପାଇଁ କୌଣସି ବ୍ୟବହାରିକ ଖର୍ଚ୍ଚ ପଡ଼େନାହିଁ ।
ମୂଲ୍ୟ-
ଟ. 80,000 – 3,00,000 ଟଙ୍କା (ସୌର ପ୍ୟାନେଲ ସହିତ ପ୍ରତି ଏଚ୍.ପି. ପମ୍ପର ମୂଲ୍ୟ ଟ. 80,000 ରୁ ଟ. 1,00,000)
ରିହାତି-
50 % (ଓରେଡ଼ା ଦ୍ୱାରା) /90% ସୌର ଜଳନିଧି ଯୋଜନା ଦ୍ୱାରା
ବୁନ୍ଦା ଜଳସେଚନ (ଡ୍ରିପ ଇରିଗେସନ)
କାର୍ଯ୍ୟ-
ଏହାଦ୍ୱାରା ପାଇପ୍ ଯୋଗେ ପାଣି ଗଛର ମୂଳରେ ବୁନ୍ଦା ବୁନ୍ଦା ହୋଇ ପ୍ରୟୋଗ କରାଯାଏ ।
କ୍ଷମତା-
1 ଘଣ୍ଟା ପ୍ରତି 2ରୁ 12 ଲିଟର
ବ୍ୟବହାରିକ ଉପକାରିତା –
ଏହାର ବ୍ୟବହାର ଦ୍ୱାରା ଜଳ ନଷ୍ଟକୁ କମ୍ କରାଯାଇପାରେ । ସାରକୁ ଜଳରେ ମିଶାଇ ଗଛ ମୂଳରେ ପ୍ରୟୋଗ କରାଯାଇପାରେ । ଏହାର ବ୍ୟବହାର ଦ୍ୱାରା ବିଭିନ୍ନ ଫସଲ ଯଥା- ପନିପରିବା ଆଦିରେ ଅମଳ 60 ଭାଗ ବୃଦ୍ଧି ପାଇଥାଏ । ଏହାର ଜଳ ବ୍ୟବହାର ଦକ୍ଷତା 85 % ରୁ 90% ହୋଇଥାଏ ।
ମୂଲ୍ୟ-
ଏକର ପ୍ରତି ଟ.20,710 ରୁ ଟ.65,827 ଙ୍କା ପର୍ଯ୍ୟନ୍ତ ଫସଲର ବ୍ୟବଧାନ ଅନୁଯାୟୀ ଅଲଗା ଅଲଗା ହୋଇଥାଏ ।
ରିହାତି-
ଅନୁସୂଚିତ ଜାତି, ଜନଜାତି ପାଇଁ 80%, ନାମମାତ୍ର ଚାଷୀଙ୍କ ପାଇଁ 70% ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 60%
ସିଞ୍ଚନ ଜଳସେଚନ (ସ୍ପ୍ରିଙ୍କଲର ଇରିଗେସନ)
କାର୍ଯ୍ୟ-
ଏହାଦ୍ୱାରା ପାଣି ଗଛର ଉପରେ ବର୍ଷା ପରି ସିଞ୍ଚନ ହୋଇଥାଏ ।
କ୍ଷମତା-
1 ଘଣ୍ଟା ପ୍ରତି 700 ରୁ 1000 ଲିଟର
ବ୍ୟବହାରିକ ଉପକାରିତା-
ଏହାର ବ୍ୟବହାର ଦ୍ୱାରା ଜଳ ନଷ୍ଟକୁ କମ୍ କରାଯାଇପାରେ । ଏହାଦ୍ୱାରା ଖରାଦିନେ ଉଦ୍ଭିଦର ତାପମାତ୍ରାକୁ କମ୍ କରାଯାଇପାରେ ଏବଂ ବିଭିନ୍ନ ଫସଲ ଯଥା- ମୁଗ, ବିରି, ଚିନାବାଦାମ, କୋଳଥ ଓ ପନିପରିବା ଆଦିରେ ଅମଳ 30 ରୁ 40 ଭାଗ ବୃଦ୍ଧି ପାଇଥାଏ । ଏହାର ଜଳ ବ୍ୟବହାର ଦକ୍ଷତା 70 ରୁ 80 % ହୋଇଥାଏ ।
ମୂଲ୍ୟ-
ଏକର ପ୍ରତି ଟ.13,211 ରୁ ଟ.45,694 ପର୍ଯ୍ୟନ୍ତ ସିଞ୍ଚନ ଯନ୍ତ୍ରର ପ୍ରକାର ଏବଂ ବ୍ୟବଧାନ ଅନୁଯାୟୀ ଅଲଗା ଅଲଗା ହୋଇଥାଏ ।
ରିହାତି-
ଅନୁସୂଚିତ ଜାତି, ଜନଜାତି ପାଇଁ 80%, ନାମମାତ୍ର ଚାଷୀଙ୍କ ପାଇଁ 70% ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 60%