ଆଗ୍ରିଟେକ୍ନୋଲୋଜି
କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର

ଟ୍ରାକ୍ଟର ସୁରକ୍ଷା ବିବରଣୀ

  1. ରୋପ୍ ସହିତ ସିଟ୍ ବେଲ୍ଟ ବାନ୍ଧିବା ନିହାତି ଆବଶ୍ୟକ ଯାହା ଟ୍ରାକ୍ଟର ଓଲଟିବା ସମୟରେ ଚାଳକୁକୁ ଠିକ୍ ସ୍ଥାନରେ ରଖିଥାଏ ଏବଂ ଚାପି ହେବାରୁ ରକ୍ଷା କରିଥାଏ ।
  2. ଟ୍ରାକ୍ଟର ବୁଲାଣିରେ ବୁଲାଇବା ସମୟରେ ଗତି ସଦାବେଳେ ଧୀର ରଖିବା ଉଚିତ୍ ଏବଂ ହଠାତ୍ ନ ବୁଲାଇ ଚଉଡ଼ାରେ ଟ୍ରାକ୍ଟର ବୁଲାଇବା ଉଚିତ୍.
  3. ଟ୍ରାକ୍ଟର ଚଳାଇବା ସମୟରେ ଖାଲ, ଢିପ ଏବଂ ଅଣଓସାରିଆ ଜାଗାରୁ ଦୂରେଇ ରହିବା ଉଚିତ୍. ।
  4. ଟ୍ରାକ୍ଟର ଏକ ଯାତ୍ରୀବାହି ଯାନ ନୁହେଁ, ତେଣୁ କଦାପି ଚାଳକ ନଜ ସହ ଯାତ୍ରୀକୁ ଟ୍ରାକ୍ଟରରେ ନେବା ଉଚିତ୍ ନୁହେଁ ।
  5. ଟ୍ରାକ୍ଟରକୁ ସଦାବେଳେ ଧୀର ଗତିରେ ଚଳାଇବା ଆବଶ୍ୟକ । ଅଧିକ ବେଗରେ ଟ୍ରାକ୍ଟର ଚଳାଇଲେ ଟ୍ରାକ୍ଟକ ଓଲଟିବାର ସମ୍ଭାବନା ଥାଏ ।
  6. ଟ୍ରାକ୍ଟର କିଛି ଯାନ୍ତ୍ର ଲଗାଇବା ସମୟରେ ଟ୍ରାକ୍ଟରକୁ ନିଉଟ୍ରାଲରେ ରଖିବା ଉଚିତ୍ ।
  7. ଡ଼୍ର-ବାର କିମ୍ବା ଟ୍ରଲି ଲଗାଇବା ଆଗରୁ ପାୱା ଟେକ-ଅପକୁ ନିଉଟ୍ରାଲ କରିବା ଆବଶ୍ୟକ
  8. ଟ୍ରାକ୍ଟର କାର୍ଯ୍ୟକୁ ନେବା ପୂର୍ବରୁ ଏବଂ କାର୍ଯ୍ୟରୁ ଆଣିବା ପରେ ନିୟମିତ ଭାବେ ଟ୍ରାକ୍ଚରର ବିଭିନ୍ନ ପରୀକ୍ଷଣ କରିବା ଆବଶ୍ୟକ । ଯାହାଦ୍ୱାରା ଆମେ ଅନେକ ଦୁର୍ଘଟଣାରୁ ରକ୍ଷା ପାଇ ପାରିବ ।
  9. ଟ୍ରାକ୍ଟର ପଛରେ ଏକ ଧୀର ଗତି ଯାନର ସଙ୍କେତ ଲଗାଇବା ଅତ୍ୟନ୍ତ ଆବଶ୍ୟକ ।
  10. ଟ୍ରାକ୍ଟର ଚଳାଇବା ସମୟରେ ଧୋତି, ଲୁଙ୍ଗି ଆଦି ଢିଲା ପୋଷାକ ପିନ୍ଧନ୍ତୁ ନାହିଁ । ଟ୍ରାକ୍ଟରରେ ଚଢିବା ଓ ଓହ୍ଲାଇବା ସମୟରେ ଏହା ଅସୁବିଧା କରିଥାଏ ।
  11. ଟ୍ରାକ୍ଟର ଚାଳକମାନେ 8 ଘଣ୍ଟା ଟ୍ରାକ୍ଟର ଚଳାଇବା ପରେ ବିଶ୍ରାମ ନେବା ଆବଶ୍ୟକ । ଅତ୍ୟଧିକ କ୍ଳାନ୍ତ ଅବସ୍ଥାରେ ଟ୍ରାକ୍ଟର ଚଲାନ୍ତୁ ନାହିଁ ।
  12. ଟ୍ରାକ୍ଟର ଓଲଟିପଡ଼ିଲେ ସାଧାରଣତଃ ଚାଳକ ଏହା ତଳେ ଦବିଯାଇ ମୃତ୍ୟୁମୁଖରେ ପଡ଼ିଥାନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଟ୍ରାକ୍ଟରରେ ROPS (Rollover Protective Structure) ବ୍ୟବହାର କରନ୍ତୁ ।
  13. ଟ୍ରାକ୍ଟର ଚାଳକ ଜଣକଙ୍କ ପାଖରେ ନିର୍ଦ୍ଦିଷ୍ଟ ଲାଇସେନ୍ଲ୍ସ ରହିଥିବା ଉଚିତ୍ । ସେ ନିଜେ ଟ୍ରାକ୍ଟର ବିଷୟରେ ଭଲ ଭାବେ ପରିଚିତ ହେବା ଉଚିତ୍ ଓ ଟ୍ରାକ୍ଟର ଚଳାଇବାରେ ନିର୍ଦ୍ଦିଷ୍ଟ ଶିକ୍ଷା ନେଇଥିବା ନିତ୍ୟାନ୍ତ ଆବଶ୍ୟକ ।

Leave a Comment

Home
Farm Machinery
Micro Irrigation
Protected Cultivation
Search