ବୁନ୍ଦା ଜଳସେଚନ ଏକ ଆଧୁନିକ ଜଳସେଚନ ପଦ୍ଧତି । ଏହି ପଦ୍ଧତିରେ ଜଳ ପ୍ଲାଷ୍ଟିକ୍ ପାଇପ୍ ଓ ଫିଲଟର ମାଧ୍ୟମରେ ଯାଇ ଗଛର ମୂଳ ଅଞ୍ଚଳରେ ବୁନ୍ଦା ବୁନ୍ଦା ଆକାରରେ ସିଧାସଳଖ ପଡ଼ିଥାଏ । ଏହାଦ୍ୱାରା ନିୟନ୍ତ୍ରିତ ଜଳ ନିୟମିତ ରୂପେ ଗଛକୁ ଯୋଗାଇ ଦିଆଯାଏ । ତେଣୁ ଗଛର ଅଭିବୃଦ୍ଧି ଠିକ୍ ଭାବରେ ହୋଇଥାଏ ଏବଂ ଅମଳ ମଧ୍ୟ ଅଧିକ ହୋଇଥାଏ ।
ବୁନ୍ଦାଜଳସେଚନ ପଦ୍ଧତିର ବିଶେଷତ୍ୱ
- ବୁନ୍ଦା ଜଳସେଚନ ପ୍ରଣାଳୀ ଅସମତଳ, ଗଡ଼ାଣିଆ, ଜଳ ଅଭାବ ଥିବା ସ୍ଥାନ ଓ ଲୁଣିଆ ମାଟିରେ ଖୁବ୍ ସୁବିଧାରେ ବ୍ୟବହୃତ ହୋଇ ଆସୁଛି ।
- ଏହି ପଦ୍ଧତି ଦ୍ୱାରା 40% ରୁ 70% ଭାଗ ଜଳ ସଞ୍ଚୟ କରିହୁଏ ଏବଂ ବଳକା ଜଳକୁ ଅଧିକ ଜମିରେ ପ୍ରୟୋଗ କରାଯାଇପାରେ ।
- ଫସଲର ଅମଳ ବୃଦ୍ଧି ସଙ୍ଗେ ସଙ୍ଗେ ଗୁଣାତ୍ମକ ମାନର ଉନ୍ନତି ହୋଇଥାଏ ।
- ଫସଲର ଶୀଘ୍ର ଅମଳ ହୋଇଥାଏ ।
- ଏହି ପ୍ରଣାଳୀରେ ହୋଇଥିବା ସମସ୍ତ ଖର୍ଚ୍ଚ 2-3 ଟି ଫସଲ ପର୍ଯ୍ୟାୟରେ ମିଳିଥାଏ ଓ ତାପରେ ଏହା ମାଗଣାରେ ପରିଣତ ହୋଇଥାଏ ।
- ଅନାବଶ୍ୟକ ସ୍ଥାନକୁ ପାଣି ମାଡେ ନାହିଁ । ଯାହାଦ୍ୱାରା ଅନାବନା ଘାସ ଓ ପୋକ ଯୋକ ହୁଏ ନାହିଁ ।
- ଏହି ପଦ୍ଧତିରେ ଦ୍ରବୀଭୂତ ସାର ଏବଂ କୀଟନାଶକ ଔଷଧ ଗଛକୁ ସିଧାସଳଖ ଯୋଗାଇ ଦିଆଯାଏ ।
- ଅମଳ ବୃଦ୍ଧି 30% ରୁ 100 % ପର୍ଯ୍ୟନ୍ତ ହୋଇଥାଏ ।
- ସାର ସଞ୍ଚୟ 40% ରୁ 60% ପର୍ଯ୍ୟନ୍ତ ହୋଇଥାଏ ।
- ଜଳସେଚନ ଦକ୍ଷତା 90% ରୁ ଅଧିକ ହୋଇଥାଏ ।