ଆଠ ଧାଡ଼ିଆ ଗଜା ଧାନ ବୁଣା ଯନ୍ତ୍ର
କାର୍ଯ୍ୟ-
ଏହି ଯନ୍ତ୍ର ସାହାଯ୍ୟରେ ଜଣେ ଲୋକ ଅତି ସହଜରେ ଆଠ ଧାଡ଼ିରେ ଗଜା ଧାନ ବୁଣିପାରେ ।
କ୍ଷମତା-
ଏହାଦ୍ୱାରା 1 ଘଣ୍ଟାରେ 1,000 ବର୍ଗମିଟର ଧାନ ବୁଣିପାରେ ।
ବ୍ୟବହାରିକ ଉପକାରିତା-
ଏହାକୁ ଜଣେ ମହିଳା କିମ୍ବା ପୁରୁଷ ଲୋକ ଅତି କମ୍ ବଳ ପ୍ରୟୋଗରେ ଚଳାଇ ପାରିବ । ଏହାଦ୍ୱାରା ହାତରେ ତଳି ରୋଇବା ଅପେକ୍ଷା ହେକ୍ଟର ପ୍ରତି ଟ.6,000 ରୁ ଟ.8,000 ଟଙ୍କା କମ୍ ଖର୍ଚ୍ଚ ହୋଇଥାଏ ।
ମୂଲ୍ୟ-
ଟ. 6,000 ରୁ 7,000
ରିହାତି-
50 % (ସର୍ବାଧିକ ଟ.6,000)
ମାଣ୍ଡୱା ଘାସ ବଛା ଯନ୍ତ୍ର
କାର୍ଯ୍ୟ-
ଧାନ କ୍ଷେତରେ ଦୁଇ ଧାଡ଼ି ମଝିରେ ଥିବା ଘାସ ବାଛିବା ପାଇଁ ଏହି ଯନ୍ତ୍ର ବ୍ୟବହାର କରାଯାଏ । ଏହି ଯନ୍ତ୍ର ବ୍ୟବହାର ପାଇଁ ଧାଡ଼ିକୁ ଧାଡ଼ି 22 ରୁ 25 ସେ.ମି. ଦୂରତା ରଖିବାକୁ ପଡ଼ିଥାଏ ।
କ୍ଷମତା-
ଘଣ୍ଟାପ୍ରତି 130-150 ବର୍ଗମିଟର ।
ବ୍ୟବହାରିକ ଉପକାରିତା-
ଏହାଦ୍ୱାରା ପାରମ୍ପାରିକ ପଦ୍ଧତି ଠାରୁ ହେକ୍ଟର ପ୍ରତି ପ୍ରାୟ ଟ.900-1,000 କମ୍ ଖର୍ଚ୍ଚରେ ଘାସ ବଛା କାର୍ଯ୍ୟ କରାଯାଇପାରେ ।
ମୂଲ୍ୟ-
ଟ.1,510
ରିହାତି- ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40%
ଉନ୍ନତ ଦାଆ
କାର୍ଯ୍ୟ-
କ୍ଷେତରୁ ଶସ୍ୟ ଅମଳ ଓ ଘାସ କାଟିବା ପାଇଁ ଏହାକୁ ବ୍ୟବହାର କରାଯାଏ ।
କ୍ଷମତା-
ଘଣ୍ଟା ପ୍ରତି 100-120 ବର୍ଗମିଟର
ବ୍ୟବହାରିକ ଉପକାରିତା-
ଏହାଦ୍ୱାରା କମ୍ ବଳ ପ୍ରୟୋଗରେ ଧାନ କାଟି ଉହେ । ଏହା ବେଣ୍ଟ ଓ ଧାର ମଧ୍ୟରେ ବ୍ୟବଧାନ ଥିବାରୁ ହାତ ମାଟିରେ ଘସି ହେବାର ସମ୍ଭାବନା ନଥାଏ ।
ମୂଲ୍ୟ-
ଟ. 140 ରୁ 160