ଆଗ୍ରିଟେକ୍ନୋଲୋଜି
କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର

ଫଳଚାଷରେ ପ୍ଲାଷ୍ଟିକ ଆଚ୍ଛାଦନ

ଗଛରମୂଳ ଅଞ୍ଚଳକୁ ବାହ୍ୟ ପଦାର୍ଥ ଦ୍ୱାରା ଘୋଡ଼ାଇ ରଖିବାକୁ ଆଚ୍ଛାଦନ ବା ଛାଦିକରଣ କୁହାଯାଏ । ଗଛର ଚାରିପଟେ ଥିବା ମାଟିକୁ ଶୁଖିଲା ପତ୍ର, ନଡ଼ା, ପାଳ ପ୍ରଭୃତି ଦ୍ୱାରା ଆଚ୍ଛାଦନ ବା ଘୋଡ଼ାଇ ରଖିବା ଏକ ଚିରାଚରିତ ପଦ୍ଧତି । ଆଜିକାଲି ପ୍ଲାଷ୍ଟିକ ଜରି ଦ୍ୱାରା ଛାଦୀକରଣ କରାଯାଇ ପାରୁଛି । ଏଥିପାଇ ଏଲ୍.ଡି.ପି.ଇ ବା ଏଲ୍.ଏଲ୍.ଡି.ପି.ଇ କିସମ ଜରି ବ୍ୟବହୃତ ହୁଏ । ଏହି ଜରି ବିଭିନ୍ନ ମୋଟେଇର ମଳିଥାଏ । ଫସଲର ଅବଧିକୁ ବିଚାରକୁ ନେଇ ଜରିର ମୋଟେଇ ଚୟନ କରାଯାଏ । ଫଳଗଛ ପାଇଁ ସାଧାରଣତଃ 100 ରୁ 200 ମାଇକ୍ରନ୍ ମୋଟେଇ ଜରି ବ୍ୟବହାର କରାଯାଏ  ।

ଉପକାରିତା

  • ମୃତ୍ତିକା ଓ ଏହାର ଆର୍ଦ୍ରତା ସଂରକ୍ଷଣ ।
  • ଜଳ ସଞ୍ଚୟ 25 ପ୍ରତିଶତ ପର୍ଯ୍ୟନ୍ତ କରାଯାଇପାରେ ।
  • ଅନାବନା ଘାସ ନିୟନ୍ତ୍ରଣ ।
  • ଉତ୍ପାଦନରେ 25-30 ପ୍ରତିଶତ ବୃଦ୍ଧି ।
  • ଅମଳର ଗୁଣାତ୍ମକ ମାନର ଉନ୍ନତି ।
  • କମ୍ ସାର ଓ ଔଷଧ ଖର୍ଚ୍ଚ ।

ଆଚ୍ଛାଦନ ପଦ୍ଧତି

  • ଫଳଗଛରେ ଆଚ୍ଛାଦନ ପାଇଁ ଜରିର ଆକାର ଗଛ ଭିତ୍ତିରେ ନିରୂପଣ କରାଯାଏ ।
  • ଆଛାଦନ ଜରିର ମଧ୍ୟ ଭାଗରେ ଗଛମୂଳ ଗୋଲେଇ ଅନୁସାରେ ଛିଦ୍ର କରାଯାଇ, ଛିଦ୍ରଠାରୁ ଗୋଟିଏ ମୁଣ୍ଡକୁ/ପଟକୁ କଇଁଚି ଦ୍ୱାରା କଟାଯାଏ ।
  • ଜରିର କଟାପଟ ଦେଇ, ଜରିକୁ ଗଛର ମୂଳ ଚାରିପଟ ଏପରି ଭାବରେ ଫିଟ୍ କରାଯାଏ ଯେପରି ଗୋଲାକାର ଛିଦ୍ର ଗଛର କାଣ୍ଡକୁ ଜାବୁଡ଼ି ଧରେ ।
  • ଏହାପରେ ଜରିର ସବୁ ପାର୍ଶ୍ୱକୁ ଛୋଟ ଖାଇ ଖୋଳି ମାଟିଦ୍ୱାରା ଚାପି ଦିଆଯାଏ, ଯେପରି ପବନରେ ଜରି ଉଡ଼ି ପରିବ ନାହିଁ ।
  • ବୁନ୍ଦା ଜଳସେଚନ ମାଧ୍ୟମରେ ଗଛକୁ ଜଳସେଚନ କରାଯାଉଥିଲେ ଲାଟେରାଲ୍ ପାଇପ୍ ଓ ଡ଼୍ରପର ଗୁଡ଼ିକୁ ଆଛାଦନ ତଳେ ରଖିବାକୁ ହୋଇଥାଏ ।

ଆଛାଦନ ନିମନେତେ ପ୍ଲାଷ୍ଟିକ୍ ଜରିର ପରିମାଣ

ଫଳଗଛରେ ପ୍ଲାଷ୍ଟିକ ଜରିର ଆଛାଦନ ନିମନ୍ତେ ଏକ ଆକଳନ କରାଯାଇଅଛି । ଏହି ଆଛାଦନ ପରିମାଣ 100 ମାଇକ୍ରନସ୍ ମୋଟେଇ କରି ବ୍ୟବହାର କରି, ଗଛ ଲଗାଇବାର ଚାରିବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିହେବ । ଗଛର ବୟସ ଅଧିକ ହେଲେ, ସେହି ଅନୁପାତରେ ଆଛାଦନ ଜରିର ପରିମାଣ ବୃଦ୍ଧି ପାଇବ ।

ଗଛ ଗଛ ମଧ୍ୟସ୍ଥ ବ୍ୟବଧାନ ପ୍ଲାଷ୍ଟିକ୍ ଆଛାଦନର ଆକାର

(ଗଛପ୍ରତି)

ପ୍ଲାଷ୍ଟିକ୍ ଜରିର ଆବଶ୍ୟକତା

(ହେକ୍ଟର ପ୍ରତି)

1). 10 ମି. x 10 ମି. କ) 1.5 ମି. X 1.5 ମି.

ଖ) 2.0 ମି. X 2.0 ମି.

କ) 40 କେ.ଜି.

ଖ) 25 କେ.ଜି

2). 8 ମି. x 8 ମି. କ) 1.5 ମି. X 1.5 ମି.

ଖ) 2.0 ମି. X 2.0 ମି.

କ) 35 କେ.ଜି.

ଖ) 63 କେ.ଜି

3). 6 ମି. x 6 ମି. କ) 1.5 ମି. X 1.5 ମି.

ଖ) 2.0 ମି. X 2.0 ମି.

କ) 63 କେ.ଜି.

ଖ) 115 କେ.ଜି

4). 5 ମି. x 5 ମି. କ) 1.5 ମି. X 1.5 ମି.

ଖ) 2.0 ମି. X 2.0 ମି.

କ) 90 କେ.ଜି.

ଖ) 160 କେ.ଜି

5). 2 ମି. x 2 ମି. କ) 1.5 ମି. X 1.5 ମି. କ) 565 କେ.ଜି.

ସରକାରୀ ରିହାତି ବ୍ୟବସ୍ଥା

ଜାତୀୟ ଉଦ୍ୟାନ କୃଷି ମିଶନରେ, ଉଦ୍ୟାନ ଫସଲରେ ପ୍ଲାଷ୍ଟିକ ଆଛାଦନ ବା ଛାଦିକରଣ ନିମନ୍ତେ ରିହାତି ବ୍ୟବସ୍ଥା ରଖାଯାଇଛି । ଛାଦିକରଣ ପାଇଁ  ଧାର୍ଯ୍ୟ ଖର୍ଚ୍ଚ ଅଟକଳ ସର୍ବୋଚ୍ଚ ହେକ୍ଟର ପ୍ରତି ଟ.20,000 ଅଟେ । ଏଥିରୁ ରିହାତିର ପରିମାଳ ଶତକଡ଼ା 50 ଭାଗ ଏବଂ ଜଣେ ଚାଷୀ ଦୁଇ ହେକ୍ଟର ପାଇଁ ରିହାତି ପାଇପାରିବେ । ରିହାତି ନିମନ୍ତେ ନିକଟସ୍ଥ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସହିତ ଯୋଗାଯୋଗ ଆବଶ୍ୟକ ।

Leave a Comment

Home
Farm Machinery
Micro Irrigation
Protected Cultivation
Search