କ୍ଷୁଦ୍ର ଧାନ ଏବଂ ଅଟାକଳ
କାର୍ଯ୍ୟ-
ଏହାଦ୍ୱାରା ଉଭୟ ଧାନରୁ ଚାଉଳ ଏବଂ ଗହମରୁ ଅଟା ପ୍ରସ୍ତୁତ କରାଯାଇପାରେ ।
କ୍ଷମତା-
ଘଣ୍ଟାପ୍ରତି 100-150 କି.ଗ୍ରା. ଚାଉଳ ଏବଂ 20-50 କି.ଗ୍ରା. ଅଟେ ।
ବ୍ୟବହାରିକ ଉପକାରିତା-
ଏହି ଯନ୍ତ୍ର ବ୍ୟବହାର ଦ୍ୱାରା ଉଭୟ ଧାନରୁ ଚାଉଳ ଏବଂ ଗହମରୁ ଅଟା ପେଷାଯାଇ ପାରୁଥିବାରୁ ଚାଷୀଭାଇମାନଙ୍କୁ ବହୁତ ଉପଯୋଗୀ ହୋଇଥାଏ ।
ମୂଲ୍ୟ-
ଟ.85,000 – 1,20,000 ଟଙ୍କା
ରିହାତି-
ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 60% (ସର୍ବାଧିକ ଟ.25,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 50% (ସର୍ବାଧିକ ଟ.20,800)
କ୍ଷୁଦ୍ର ରବର ଯୁକ୍ତ ଧାନ କଳ
କାର୍ଯ୍ୟ-
ଘର୍ଷଣ ଦ୍ୱାରା ଧାନରୁ ଭୂଷାକୁ ଅଲଗା କରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।
କ୍ଷମତା-
1 ଘଣ୍ଟାରେ 80-130 କେ.ଜି.
ବ୍ୟବହାରିକ ଉପକାରିତା-
ଏହି ଯନ୍ତ୍ର ଦ୍ୱାରା ଚାଉଳ ଭାଙ୍ଗିବାର ସମ୍ଭାବନା କମ୍ ହୋଇଥାଏ । ଯାହାଫଳରେ ଚାଷୀ ଭାଇମାନେ ଲାଭବାନ ହୋଇପାରିବେ ।
ମୂଲ୍ୟ-
ଟ.1,00,000 ରୁ 2,00,000
ରିହାତି-
ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 60% (ସର୍ବାଧିକ ଟ.1,50,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 50% (ସର୍ବାଧିକ ଟ.1,25,000)
କ୍ଷୁଦ୍ର ଡ଼ାଲି କଳ
କାର୍ଯ୍ୟ-
ଏହି ଯନ୍ତ୍ର ମୁଗ, ବିରି, ହରଡ଼ ଇତ୍ୟାଦି ଡ଼ାଲି ଜାତୀୟ ଶସ୍ୟରୁ ଚୋପା ଛଡ଼ାଇ ଏହାକୁ ଦୁଇ ଫାଳ କରାଯାଇଥାଏ ।
କ୍ଷମତା-
ଘଣ୍ଟା ପ୍ରତି 50 ରୁ 100 କି.ଗ୍ରା.
ବ୍ୟବହାରିକ ଉପକାରିତା-
ଚୋପା ଛଡ଼ା ଡ଼ାଲିର ବଜାର ଦର ଅଧିକ ହୋଇଥିବାରୁ ଚାଷୀ ଭାଇମାନେ ଏହି ଯନ୍ତ୍ରକୁ ବ୍ୟବହାର କଲେ ଅଧିକ ଲାଭବାନ ହୋଇଥାନ୍ତି ।
ମୂଲ୍ୟ-
ଟ.80,000 ରୁ 1,50,000
ରିହାତି-
ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 60% (ସର୍ବାଧିକ ଟ.1,50,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 50% (ସର୍ବାଧିକ ଟ.1,25,000)
ସୋଲାର ଡ୍ରାଏର (ସୌର ଶକ୍ତି ଚାଳିତ ଶୁଖାଇବା ଯନ୍ତ୍ର)
କାର୍ଯ୍ୟ-
ମାଛ, ମୁଗ ବିରି, ଧାନ ଆଦି ଫସଲ, ପନିପରିବା ଓ ଫଳ ଆଦିରୁ ଆଦ୍ରତାକୁ କମ୍ କରିବା ପାଇଁ (ଶୁଖାଇବା ପାଇଁ) ଏହାକୁ ବ୍ୟବହାର କରାଯାଏ ।
ବ୍ୟବହାରିକ ଉପକାରିତା-
ଏହାକୁ ବ୍ୟବହାର କରିବା ଦ୍ୱାରା ଜିନିଷ ପତ୍ର ବର୍ଷାରେ ଓଦା ହେବାର ସମ୍ଭାବନା ନଥାଏ । ଖାଦ୍ୟ ଦ୍ରବ୍ୟରେ ଧୂଳି ପଶେ ନାହିଁ ଓ ଖୁବ୍ ଜଲଦି ଜିନିଷ ଗୁଡ଼ିକୁ ଶୁଖାଯାଇପାରେ ।
କ୍ଷମତା-
ଆକର ଉପରେ ନିର୍ଭର କରେ । ଦିନ ପିଛା 80 ରୁ 100 କେ.ଜି ଜିନିଷ ଶୁଖାଯାଇପାରେ ।
ମୂଲ୍ୟ-
75,000 ରୁ 1,50,000 (ରିହାତି 50 % – ଉଦ୍ୟାନ କୃଷି ବିଭାଗ ଦ୍ୱାରା ଉପଲବ୍ଧ)