ଟ୍ରାକ୍ଟରର ସଠିକ ପରିଚାଳନା ନିମନ୍ତେ ଉପଯୁକ୍ତ ସମୟରେ ଏହାର ବିଭିନ୍ନ ଅଂଶ ପରୀକ୍ଷା କରିଦେଖିବା ଆବଶ୍ୟକ ଏବଂ ନଷ୍ଟ ହୋଇଯାଇତିବା ଯନ୍ତ୍ରଂଶ ବଦଳାଇବା ଜରୁରୀ ଅଟେ । କେତେକ ନିୟମିତ ରକ୍ଷଣାବେକ୍ଷଣ ସମ୍ବନ୍ଧରେ ନିମ୍ନରେ ସୂଚନା ଦିଆଯାଇଛି ।
କ). ପ୍ରତି 10ଘଣ୍ଟା ବ୍ୟବହାର କରିବା ପରେ –
- ବାୟୁ ଶୋଧନ ବା ଏୟାର କ୍ଲିନର ସଫା କରନ୍ତୁ
- ରେଡ଼ିଏଟରରେ ପାଣି ପରିମାଣ ଦେଖି ଆବଶ୍ୟକ ସ୍ଥଳେ ସେଥିରେ ସଫା ପାଣି ପକାନ୍ତୁ।
- ନିର୍ଦ୍ଦିଷ୍ଟ ସ୍ଥାନରେ ଗ୍ରୀସ ତଥା ଘର୍ଷଣ ହ୍ରାସକ ତୈଳ ବ୍ୟବହାର କରନ୍ତୁ ।
- ଇଞ୍ଜିନର ତେଲ ପରୀକ୍ଷା କରି ଦେଖନ୍ତୁ ।
- ଚକର ବୋଲଟ୍ ପରୀକ୍ଷା କରି ନିଅନ୍ତୁ
ଖ). ପ୍ରତ୍ୟେକ 60 ଘଣ୍ଟା ବ୍ୟବହାର କରିବା ପରେ –
- ଫ୍ୟାନ ବେଲଟକୁ ଉପଯୁକ୍ତ ଚାପରେ ରଖନ୍ତୁ ।
- ଟାୟାର ଗୁଡ଼ିକ ସଫା କରନ୍ତୁ ଏବଂ ସେଥିରେ ଉପଯୁକ୍ତ ଚାପର ପବନ ରଖନ୍ତୁ ।
- ନିର୍ମାତାଙ୍କ ଦ୍ୱାରା ସୂଚିତ ସ୍ଥାନ ଗୁଡ଼ିକରେ ଗ୍ରୀସ୍ ଏବଂ ତେଲ ଦିଅନ୍ତୁ ।
- କ୍ରାଙ୍କ କେଶରେ ତେଲର ପରିମାଣ ଦେଖି ଯଦି ଆବଶ୍ୟକ ହୁଏ ତେବେ ଉପଯୁକ୍ତ ପରିମାଣର ତେଲ ଭର୍ତ୍ତି କରନ୍ତୁ ।
- ସମସ୍ତ ଲିଭର ଗୁଡ଼ିକୁ ପରୀକ୍ଷା କରି ଦେଖନ୍ତୁ ।
ଗ). ପ୍ରତ୍ୟେକ 150 ଘଣ୍ଚା ବ୍ୟବହାର କରିବା ପରେ –
- ଭାଲବ୍ କ୍ଲିଅରେନସ୍ ଦେଖି ଠିକ୍ କରନ୍ତୁ ।
- ମୋବିଲ ଫିଲଟର ଡ଼ିଜେଲ ଫିଲଟର ଓ ରେଡ଼ିଏଟର ସଫା କରନ୍ତୁ ।
- କ୍ରାଙ୍କ କଶ ସଫା କରନ୍ତୁଲ ଏବଂ ଇଞ୍ଜିନ ତେଲ ବଦଳାନ୍ତୁ ।
- ସିଲିଣ୍ଡର ହେଡ଼ ବୋଲଟ ଓ ଅନ୍ୟାନ୍ୟ ଜରୁରୀ ନଟ୍ ବୋଲଟ୍ ପରୀକ୍ଷା କରି ଠିକ୍ କରନ୍ତୁ ।
ଘ). ପ୍ରତ୍ୟେକ 450 ଘଣ୍ଚା ବ୍ୟବହାର କରିବା ପରେ –
- ହାଇଡ୍ରୋଲିକ ତେଲ ଓ ଗିଅର ବାକ୍ସ ତେଲ ବଦଳାନ୍ତୁ ।
- ଡ଼ିଜେଲ ପମ୍ପ ଓ ନୋଜଲ ପରୀକ୍ଷା କରି ଦେଖନ୍ତୁ ।
- ଡ଼ିଜେଲ ଫିଲଟର ବଦଳାନ୍ତୁ ।
ଙ). ପ୍ରତ୍ୟେକ 1000 ଘଣ୍ଚା ବ୍ୟବହାର କରିବା ପରେ –
- କ୍ଲଚ ପ୍ରଣାଳୀକୁ ସଜାଡ଼ି ରଖନ୍ତୁ ।
- ଇଞ୍ଜିନ୍ ପରୀକ୍ଷା କରି ଆବଶ୍ୟକ ହେଲେ ମରାମତି କରାନ୍ତୁ ।
ଚ). ଟ୍ରାକ୍ଟର ସାଇତି ରଖିବା ବିଧି-
- ଖରାବର୍ଷାର ପ୍ରଭାବରୁ ରକ୍ଷା କରିବାକୁ ଏହାକୁ ଛାତ ତଳେ ରଖନ୍ତୁ ।
- ରଖିବା ପୂର୍ବରୁ ଏହାର ସମସ୍ତ ଅଂଶ ଭଲ ଭାବରେ ସଫା କରି ଆବଶ୍ୟକ ସ୍ଥାନରେ ଗ୍ରୀସ୍ ଅଥବା ତେଲ ପ୍ରୟୋଗ କରନ୍ତୁ ।
ରେଡ଼ିଏଟରରୁ ପାଣି ବାହାର କରି ଦିଅନ୍ତୁ ।