ଆଗ୍ରିଟେକ୍ନୋଲୋଜି
କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର

ଟ୍ରାକ୍ଟର ଓ ଟ୍ରାକ୍ଟର ଚାଳିତ ଯନ୍ତ୍ରପାତି

ଟ୍ରାକ୍ଟର

କାର୍ଯ୍ୟ

ଏହାକୁ ମୁଖ୍ୟତଃ ବିଭିନ୍ନ ଯନ୍ତ୍ରପାତି ଯଥା- ଲଙ୍ଗଳ, ରୋଟାଭେଟର, ଥ୍ରେସର, ସ୍ପ୍ରେୟର, ପାଣିପମ୍ପ, ପେଷ୍ଟହୋଲ ଡ଼ିଗର, ଧାନକଳ, ଲେଜର ଲେଭଲର ଇତ୍ୟାଦି ଯନ୍ତ୍ରପାତିକୁ ଚଳାଇବା ପାଇଁ ଶକ୍ତି ଉତ୍ସ ହିସାବରେ ବ୍ୟବହାର କରାଯାଏ ।

କ୍ଷମତା

ଏଥିରେ ଲାଗିଥିବା ବିଭିନ୍ନ ଯନ୍ତ୍ରପାତି ହିସବରେ ଏହାର କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ ।

ବ୍ୟବହାରିକ ଉପକାରିତା

ଏହାର ବ୍ୟବହାର ଦ୍ୱାରା ଚାଷ କାର୍ଯ୍ୟ ସହଜ ଓ ଲାଭଜନକ ହୋଇପାରିଛି ।

ମୂଲ୍ୟ

ଟ. 3,00,000 – 5,00,000 (ମିନି ଟ୍ରାକ୍ଟର – 18-27 ଏଚ୍.ପି)

ଟ. 6,00,000 – 12,00,000 (ଟ୍ରାକ୍ଟର – 35-50 ଏଚ୍.ପି)

ରିହାତି

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.90,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.90,000)

 

ଟ୍ରାକ୍ଚର ଚାଳିତ ଲେଜର ଆୟତ ଜମି ସମତଳକରଣ ଯନ୍ତ୍ର

କାର୍ଯ୍ୟ

ଚାଳକ ବିନା ସହାୟତାରେ ଲେଜରର ବିକିରଣକୁ ଗ୍ରହଣ କରି ଏହି ଯନ୍ତ୍ରଟି ଜମିର ସମାନତାକୁ ଠିକ୍ କରିଥାଏ । ଏହି ଯନ୍ତ୍ର ଦ୍ୱାରା ଜମି ସମାନ ହୋଇଯାଏ । ଯାହା ଫଳରେ ଜମିକୁ ଜଳ ସେଚନ ଭଲଭାବରେ ହୋଇପାରେ ।

କ୍ଷମତା

3 ଘଣ୍ଟାରେ 1 ଏକର

ବ୍ୟବହାରିକ ଉପକାରିତା

ଏହାର ବ୍ୟବହାର ଦ୍ୱାରା 20ରୁ 30 ଭାଗ କମ୍ ଜମି ଜଳ ସେଚନ ଆବଶ୍ୟକତା ହୋଇଥାଏ  ଏବଂ ଅମଳ ବୃଦ୍ଧି ପାଇଥାଏ ।

ମୂଲ୍ୟ

ଟ. 4,00,000 ରୁ ଟ.5,00,000

ରିହାତି

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.2,00,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.1,60,000)

 

 

ଟ୍ରାକ୍ଟର ଚାଳିତ ରୋଟାଭେଟର

କାର୍ଯ୍ୟ

ମାଟିକୁ ଗୁଣ୍ଡ କରି ସମତଳ କରିବା, କାଦୁଅ କରିବା ପାଇଁ ବ୍ୟବହାର କରାଯାଏ ।

କ୍ଷମତା

1 ଘଣ୍ଟାରେ 1 ଏକର

ବ୍ୟବହାରିକ ଉପକାରିତା

ଏହା ଉଭୟ ଶୁଖିଲା ଚାଷ ଏବଂ କାଦୁଆ ଚାଷ କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ପାରମ୍ପାରିକ ପଦ୍ଧତି ଠାରୁ ହେକ୍ଟର ପ୍ରତି 4,000 – 5,000 ଟଙ୍କା କମ୍ ଖର୍ଚ୍ଚରେ ଚାଷ କରିହୁଏ ।

ମୂଲ୍ୟ

1,10,000 ରୁ 1,40,000

ରିହାତି

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.42,000-5ଫୁଟ, 44,800-6ଫୁଟ) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.36,000-5 ଫୁଟ୍, 35,800-6ଫୁଟ)

 

 

ଟ୍ରାକ୍ଟର ଚାଳିତ ମଞ୍ଜି ଓ ସାର ବୁଣା ଯନ୍ତ୍ର

କାର୍ଯ୍ୟ

ମଞ୍ଜି ଓ ସାରକୁ ଧାଡ଼ିରେ ବୁଣିବା ପାଇଁ ଏହାକୁ ବ୍ୟବହାର କରାଯାଏ ।

କ୍ଷମତା

1 ଘଣ୍ଟାରେ 1 ଏକର

ବ୍ୟବହାରିକ ଉପକାରିତା

ଏହି ଯନ୍ତ୍ର ଦ୍ୱାରା ମଞ୍ଜି ବୁଣିଲେ କମ୍ ପରିମାଣରେ ମଞ୍ଜି ଲାଗିଥାଏ । ଏହାଦ୍ୱାରା ପାରମ୍ପାରିକ ପଦ୍ଧତି ଠାରୁ ହେକ୍ଟର ପ୍ରତି ଟ. 5,000-7,000 ଟଙ୍କା କମ୍ ଖର୍ଚ୍ଚରେ ମଞ୍ଜି ଓ ସାର ବୁଣା କାର୍ଯ୍ୟ କରାଯାଇପାରେ ।

ମୂଲ୍ୟ

ଟ.60,000 ରୁ ଟ.1,10,000

ରିହାତି

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.21,300-9 ଧାଡ଼ି, 24,100-11 ଧାଡ଼ି) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.17,000-9 ଧାଡ଼ି ଟ.19,300-11ଧାଡ଼ି)

ଟ୍ରାକ୍ଟର ଚାଳିତ ଶୂନ୍ୟ କର୍ଷକ ମଞ୍ଜିବୁଣା ଯନ୍ତ୍ର

କାର୍ଯ୍ୟ

ଧାନଚାଷର ଠିକ ପରେ ମାଟିରେ ରହିଥିବା ଆର୍ଦ୍ରତାକୁ ବ୍ୟବହାର କରି ଡ଼ାଲିଜାତୀୟ ଫସଲ ଯଥା ମୁଗ, ବିରି ବୁଣିବା ପାଇଁ ଏହି ଯନ୍ତ୍ରକୁ ବ୍ୟବହାର କରାଯାଏ ।

କ୍ଷମତା

1 ଘଣ୍ଟାରେ 1 ଏକର

ବ୍ୟବହାରିକ ଉପକାରିତା

ଏହା ମାଟିର ବୋତର ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ପାରମ୍ପାରିକ ପଦ୍ଧତି ଠାରୁ ହେକ୍ଟର ପ୍ରତି ଟ.6,000-8,000 ଟଙ୍କା ମଞ୍ଜି ଓ ସାର ବୁଣାଯାଇପାରେ ।

ମୂଲ୍ୟ

ଟ.60,000-1,00,000 ଙ୍କା

ରିହାତି

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.21,300-8 ଧାଡ଼ି, 24,100-11 ଧାଡ଼ି) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.17,000-9ଧାଡ଼ି, 19,300-11ଧାଡ଼ି)

 

 

ଟ୍ରାକ୍ଟର ଚାଳିତ ବିବିଧ ଫସଲର ଅମଳ ଯନ୍ତ୍ର

କାର୍ଯ୍ୟ

ଧାନ, ମୁଗ, ବିରି, ମକା, ସୂର୍ଯ୍ୟମୂଖୀ ଆଦି ଫସଲ ଅମଳ ପାଇଁ ଏହି ଯନ୍ତ୍ର ବ୍ୟବହାର କରାଯାଏ ।

କ୍ଷମତା

1 ଘଣ୍ଟାରେ 10 ରୁ 18 କ୍ୱିଣ୍ଟାଲ

ବ୍ୟବହାରିକ ଉପକାରିତା

ଏହାଦ୍ୱାରା ପାରମ୍ପାରିକ ପଦ୍ଧତିଠାରୁ ହେକ୍ଟର ପ୍ରତି ଟ.4,000 ରୁ ଟ.6,000 ଟଙ୍କା କମ୍ ଖର୍ଚ୍ଚରେ ଅମଳ କାର୍ଯ୍ୟ କରିହୁଏ ।

ମୂଲ୍ୟ

ଟ.1,00,000 ରୁ ଟ.1,50,000

ରିହାତି

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.1,00,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.80,000)

 

 

ଟ୍ରାକ୍ଟର ଚାଳିତ ଗାତ ଖୋଳା ଯନ୍ତ୍ର

କାର୍ଯ୍ୟ

ଫଳ ବଗିଚାରେ କଦଳି, ନଡ଼ିଆ, ଆମ୍ବ, ପିଜୁଳି ଆଦି ଗଛ ଲଗାଇବା ପାଇଁ ଗାତ ଖୋଳିବାରେ ଏହି ଯନ୍ତ୍ର ବ୍ୟବହାର କରାଯାଏ ।

କ୍ଷମତା

1 ଘଣ୍ଟାରେ 100-120 ଗାତ ଖୋଳିପାରେ ।

ବ୍ୟବହାରିକ ଉପକାରିତା

ଏହାଦ୍ୱାରା ବିଭିନ୍ନ ଓସାରିଆ ଓ ଗଭୀରତାରେ ଗାତ ଖୋଳାଯାଇପାରେ

ମୂଲ୍ୟ

ଟ.50,000 ରୁ ଟ.80,000

ରିହାତି

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40%

 

 

ଟ୍ରାକ୍ଟର ଚାଳିତ ବେଲର ବା ନଡ଼ା ବାନ୍ଧିବା ଯନ୍ତ୍ର

କାର୍ଯ୍ୟ

କମ୍ବାଇନ ହାର୍ଭେଷ୍ଟର ଚାଲିଲା ପରେ ଜମିରେ ପଡ଼ିଥିବା କୁଟା ଓ ପାଳକୁ ସଂଗ୍ରହ କରି ଦବାଇ ରଶିଦ୍ୱାରା ଗୋଲାକାର କିମ୍ବା ବର୍ଗାକାର ବିଡ଼ାରେ ବାନ୍ଧି ଦେଇଥାଏ ।

କ୍ଷମତା

1 ଘଣ୍ଟାରେ 0.8 ରୁ 1 ଏକର ସ୍ଥାନ ।

ବ୍ୟବହାରିକ ଉପକାରିତା

କୁଟାକୁ ଜାଳିବା ଦ୍ୱାରା ହେଉଥିବା ମୃତ୍ତିକା ଓ ବାୟୁ ପ୍ରଦୂଷଣ ରୋକାଯାଇପାରେ ।

ମୂଲ୍ୟ

ଟ.2,00,000 ରୁ ଟ.4,00,000

ରିହାତି

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.6,00,000-ଆୟତାକାର ବେଲର, ଟ. 2,00,000 – ଗୋଲାଗାର ବେଲର)) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.4,80,000-ଆୟତାକାର ବେଲର, 1,60,000 ଗୋଲାକାର ବେଲର)

ସୂଚନା-
ଡ଼ଃ. ଦ୍ୱାରିକା ମୋହନ ଦାସ
ବୈଜ୍ଞାନିକ, କୃଷି ଯନ୍ତ୍ରପାତି
କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର

1 thought on “ଟ୍ରାକ୍ଟର ଓ ଟ୍ରାକ୍ଟର ଚାଳିତ ଯନ୍ତ୍ରପାତି”

Leave a Comment

Home
Farm Machinery
Micro Irrigation
Protected Cultivation
Search